BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

Bali_Jatra ବାଲି_ଯାତ୍ରା

କଟକ ବାଲିଯାତ୍ରାକୁ ଦେଖି ବୁଲି ଯିବା, ଠିକ୍ ଅଛି ମାତ୍ର ଏହାର ଇତିହାସ ନଜାଣି ଫେରି ଆସିବା ଭି ଏହି ବାଲି ଯାତ୍ରା ପାଇଁ ଏକ ଅପମାନ।

ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା, ବିଶ୍ୱରେ ଯିଏ ଶ୍ରୀ ହରି ବିଷ୍ଣୁଙ୍କୁ ଜାଣିଛି, ସେ କଟକ ବିଷୟରେ ଜାଣିଛି। ଯିଏ କଟକ ବିଷୟରେ ଜାଣିଛି, ସେ ବ୍ୟାପାର ବିଷୟରେ ଜାଣିବା କଥା, ମାତ୍ର ଏବେ ବ୍ୟାପାର ବ୍ୟାପାରି ମାନେ କରିବା ପାଇଁ ପାଉ ନାହାନ୍ତି, କମ୍ପାନୀ ଇଣ୍ଡଷ୍ଟ୍ରି ମାନେ ବ୍ୟାପାରି ନୁହନ୍ତି, ତେଣୁ ଏହା ଉପରେ କାହାର ଧ୍ୟାନ ଥାଉ ନଥାଉ ମୋର ଧ୍ୟାନ ରହିଲା। ଏତେ ଲେଖିବା ସତ୍ତ୍ଵେ କେହି ଆଗ୍ରହୀ ପାଠକ ମୋତେ ଏହି ବାଲିଯାତ୍ରା ବା ଐତିହାସିକ ଈତିହାସ ଉପରେ ସଠିକ୍ ଲେଖାଟିଏ ଭି ନାହିଁ, କି କିଏ ପଚାରି ଲେଖିବା ପାଇଁ ଆଗ୍ରହୀ ବ୍ୟକ୍ତି ଜଣଙ୍କୁ ଖୋଜି ପାଇ ପାରୁନି। ତେଣୁ ସମୟ ଆସିଲେ କିଛି କିଛି ଲେଖିବି। ନିଶ୍ଚୟ ଲେଖିବି

ବାଲିଯାତ୍ରା ହେଉଛି ଓଡ଼ିଶାର ଐତିହ୍ୟ,ସଂସ୍କୃତି ଏବଂ ପରମ୍ପରାର ମୁକସାକ୍ଷୀ ତଥା ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ । ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁI କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭାରତ ବର୍ଷର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା। କଟକର ପ୍ରତିଟି ମାଟି କଣିକାରେ ଭରି ରହିଛି ଗୌରବମୟ ଐତିହ୍ୟର ବାସ୍ନା। ଏ ସହର ହେଉଛି ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ଜ୍ଞାନ ରଖିଥିବା ବ୍ରାହ୍ମଣ କ୍ଷତ୍ରିୟ ବୈଷ୍ୟ ସୁଦ୍ର ମାନଙ୍କ ସହର, କାରଣ ଜ୍ଞାନୀ ବ୍ୟକ୍ତି ପାଖେ ଅଛି।

ପୁର୍ବ media ବା ଖବର କାଗଜ ଦ୍ବାରା ପ୍ରସାରିତ ଖବର ହେଲା – ବାଲିଯାତ୍ରାର ଇତିହାସ ଆଜି ଉଜ୍ଜୀବିତ ଯାହାକି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣିଥାଏ, ପୂର୍ଣ୍ଣିମା ତିଥିରେ ମହାନଦୀ ପଠାରେ ବାଲି ତଟରେ ଝଲସି ଉଠେ କେତେ ପ୍ରକାର, ମିନା ବଜାର, ଚଟପଟି ଖାଇବା, ଘରକରଣା ସାମଗ୍ରୀ ଇତ୍ୟାଦି । ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ହସି ଉଠେ ବାଲିଯାତ୍ରା ପଡିଆ। “ଇତିହାସ କୁହେ, କଳିଙ୍ଗ ରାଜ୍ୟର ସାଧବ ପୁଅମାନେ ଏହି ସମୟରେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟର ବ୍ୟବସ୍ଥା ନଥିଲାବେଳେ ପବନ ଚାଳିତ ବୋଇତ ଦ୍ୱାରା ସାଧବ ପୁଅମାନେ ଜାଭା ,ସୁମାତ୍ରା , ବାର୍ଲି କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରେ ବାଣିଜ୍ୟ ସାରି ଫେରିବା ସମୟରେ ମହାନଦୀର ବାଲିରେ ଏକ ମେଳା ଆୟୋଜନ ହେଉଥିଲା । ବାର୍ଲିରେ ବାଣିଜ୍ୟ ଓ ବାଲି ଉପରେ ମେଳା ହେଉଥିବା କାରଣରୁ ଏହାର ନାମ ‘ବାଲିଯାତ୍ରା’ ହୋଇଛି” ବୋଲି ମତ ଦେଇଛନ୍ତି ଐତିହାସିକ।  ପରିପୂର୍ଣ ଇତିହାସ ପୁରାଣ ବର୍ଣ୍ଣନା କରିଛି, ଏହାର ଛବି ପ୍ରକାଶ ପାଇ ନାହିଁ। ତେଣୁ ଏହି world No-1 Media SMruti_The-Memory ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରିବାକୁ ବାଧ୍ୟ ହେଉଛି। ଇତିହାସ ବଦଳାଇ, ସଂସ୍କୃତି ବଦଳାଇ ପାରିବ ନାହିଁ, ଏହା ଜାଣି ରଖିବା କଥା, ଏହି ଲେଖା ଲେଖିବା ପାଇଁ ମୋକ୍ଷ ଜ୍ଞାନ ରୂପକ ସିଦ୍ଧି ଲାଭ କରିଛି, ତେଣୁ ପ୍ରଶ୍ନ ଥିଲେ ପଚାରି ଉତ୍ତର ହାସଲ କରନ୍ତୁ।

Leave a Reply

Your email address will not be published. Required fields are marked *